ଦାନା ଦୁର୍ବଳ ହୋଇଯାଇଛି | ରାତି 12:55 ରେ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଅବତରଣ ପ୍ରକ୍ରିୟା ସମାପ୍ତ ହୋଇଛି | ବାତ୍ୟା ଦୁର୍ବଳ ହୋଇଘୂର୍ଣ୍ଣିବଳୟ ରେ ପରିଣତ ହୋଇଛି। ବାତ୍ୟା ‘ଦାନା’ର ଅବତରଣ ପ୍ରକ୍ରିୟା ସକାଳ 10 ଟା ସୁଦ୍ଧା କୋଣସି କ୍ଷୟକ୍ଷତି ହୋଇନାହିଁ। ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଏକ ବୈଠକ କରି ପରିସ୍ଥିତି ଉପରେ ସମୀକ୍ଷା ଆଲୋଚନା କରିଥିଲେ।
ତେବେ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଏବଂ
ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଦେଖିବେ।
ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଏକ ବୈଠକ କରି ପରିସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ ଗତକାଲି ରାତିରେ ବାତ୍ୟା ଆସିଛି। ରାଜକନିକା ଏବଂ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକର ଧାମରା ଏବଂ ଚାନ୍ଦବାଲି କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି। ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି। ସକାଳ 1 ଟା ସୁଦ୍ଧା ରାସ୍ତା ସଫା ହେବ। ସନ୍ଧ୍ୟା 6 ଟା ସୁଦ୍ଧା ବିଦ୍ୟୁତ୍ ସେବା ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।