ଆସନ୍ତୁ ଜାନିବା କେଉଁ ଜିଲ୍ଳା ଉଡିବ, ଏବଂ କେଉଁ ଜିଲ୍ଳା ବୁଡିବ
ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଣ୍ଡାମାନ ସମୁଦ୍ରରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ବାତ୍ୟାର ରୁପ ନେବ । ଯାହାର ନାମ ‘ଦାନା’ । ପାଣିପାଗ ବିଭାଗ ର ସତର୍କ ସୂଚନା ଅନୁଯାଇ ବାତ୍ୟାର ପ୍ରଭାବ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ରହିବ ।
ଏହା ୨୩ ତାରିଖ ବେଳକୁ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମୁହାଁଇବ । ଏହା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି । ସେଥିପାଇଁ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ସତର୍କ ସୂଚନା ଜାରି କରାଯାଇଛି ।
ଆଜିର ପାନିପାଗ ଜାନିବା ପାଇ (click here)
ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ୨୨ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଛୁଇଁ ପାରେ । ଏହାପରେ ପବନର ବେଗ କମିବ ତଥାପୀ ୬୦ରୁ ୭୦କିଲୋମିଟର ବେଗରେ ପବନ ବହିବ ଏବଂ ପ୍ରବଳ ବର୍ଷା ହେବା ର ଆକଳନ କରାଯାଉଛି । ଅଧାରୁ ଅଧିକ ଓଡ଼ିଶାରେ ବର୍ଷା ହେବ । ଏହାବ୍ୟତୀତ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଠାରେ ରେଡ୍ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ନୟାଗଡ଼, କନ୍ଧମାଳ, ଗଜପତି ଓ ଢ଼େଙ୍କାନାଳ ଭଳି ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ।
ରାଜ୍ୟ ସରକାର ସବୁ ଜିଲ୍ଲାକୁ ସତର୍କ ରହିବାକୁ , ରିଲିଫ ସାମଗ୍ରୀ ମହଜୁଦ ରଖିବା ଏବଂ କୌଣସି ଅଘଟଣକୁ ତକ୍ରାଳ ମୁକାବିଲା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବାତ୍ୟା ସମୟ ରେ କଳାବଜାରୀମାନକୁ ରୋକିବା ପାଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଶାସନ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।
ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶାରେ ଫସଲହାନୀ ହେବାର ସମ୍ଭାବନା ଅଧିକ ବୋଲି ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ଷା ଅଧିକ ହେଲେ ସବୁଠାରୁ କ୍ଷତି ହେବ ଧାନ ଫସଲ । ଏହା ହେଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବେ । ଏସବୁକୁ ନଜର ଦେଇ ସରକାର ପଦକ୍ଷେପ ନେଉଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆଜି ଲୋକସେବା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନ ରେ ଲୋକସେବା ଭବନ ରେ ସମୀକ୍ଷା କରିଛନ୍ତି। ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍ଆର୍ସିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।